ସବୁ ସମସ୍ୟାର ସମାଧାନ ହେଲେ ଆମେ ଏସିଆନ ଗେମ୍ସ ଖେଳିବୁ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ହରିୟାଣାର ସୋନୀପତରେ ମହାପଞ୍ଚାୟତର ଆୟୋଜନ କରାଯାଇଛି । ଏହି ସମୟରେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି ଯେ, ଏସବୁ ସମସ୍ୟାର ସମଧାନ ହେବା ପରେ ହିଁ ଆମେ ଏସିଆନ ଗେମ୍ସ ଖେଳିବୁ । ବ୍ରିଜଭୂଷଣ ସିଂହ ଗିରଫ ହେବା ଉଚିତ । ଗିରଫ ପରେ ଯାଞ୍ଚ ହେଉ । ସେ ବାହାରେ ରହିଲେ ଭୟର ବାତାବରଣ ରହିବ । ଆମକୁ ସମର୍ଥନ ମିଳୁଛି । ଆମେ ସତ୍ୟର ଲଢ଼େଇ ଲଢ଼ୁଛୁ ।

ସୂଚନାଯୋଗ୍ୟ, ଜୁନ୍ ୧୫ ସୁଦ୍ଧା ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ମହାପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି ।