ସଇଁନ୍ତଲା,ଏନ୍ଏନ୍ଏସ୍: ପାଣି ପାଇଁ ଲୋକେ ଡ଼ହଲ ବିକଳ ହେଉଛନ୍ତି। କାହା ପାଇଁ ନଦୀକୂଳ ଭରଷା ପାଲଟିଛି ତ’ ଆଉ କାହା ପାଇଁ ନଳକୂପ ଭରଷା। ଅନେକ ସ୍ଥାନରେ ପୋଖରୀ, ନାଳ ଗୁଡ଼ିକ ଶୁଖି ଯିବାକୁ ବସିଲାଣି ଯାହା ଫଳରେ ଲୋକେ ଗାଧୋଇ ପାଇଁ ହନ୍ତସନ୍ତ ହେଉଛନ୍ତି। ଗାଈ ଗୋରୁଙ୍କ ପିଇବା ପାଣି ପୋଖରୀ ଗୁଡ଼ିକରେ ଶୁଖିବାରେ ଲାଗିଲାଣି। ଏଭଳି ପରିସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଡୁଙ୍ଗୁରିପାଲି ନବ ନିର୍ବାଚିତ ସରପଞ୍ଚ ଗଜପତି ସାହୁଙ୍କ ଉଦ୍ୟମକ୍ରମରେ ଲୋକେ ଗାଧୋଇବା ପାଇଁ ଟୁର୍ଚ୍ଚାଉପେର ଗାଁ’ରେ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହାକୁ ନେଇ ନବ ନିର୍ବାଚିତ ସରପଞ୍ଚଙ୍କ ଏଭଳି ଉଦ୍ୟମକୁ ନେଇ ଲୋକେ ବେଶ୍ ପ୍ରସଂଶା କରୁଛନ୍ତି।