ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଏୟାର କ୍ୱାଲିଟି ଇନଡେକ୍ସବର୍ତ୍ତମାନ ସୁଦ୍ଧା ୪୦୦କୁ ଅତିକ୍ରମ କରିଛି। ଏ ନେଇ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ମଧ୍ୟରେ ଉଭୟ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ତେବେ ୩ରାଜ୍ୟକୁ ନେଇ ଏକ ବୈଠକ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ରମନ୍ତ୍ରୀ ପ୍ରକାଶଜାଭଦକରଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ସ୍ଥିତି ନିୟନ୍ତ୍ରଣ ପାଇଁ ମୁନିସ୍ପାଲିଟି କର୍ପୋରେସନ ପକ୍ଷରୁ ଜଳ ସିଞ୍ଚନ କରାଯାଉଛି। ସେହିପରି ଦିଲ୍ଲୀରେ ସରକାର ସମସ୍ତ ଅଫିସ ସମୟର ପରିବର୍ତ୍ତନ ମଧ୍ୟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ୨୧ଟି ବିଭାଗରେ ସକାଳ ସାଢ଼େ ନଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫିସ ଟାଇମ ନିର୍ଦ୍ଧାରିତ ହୋଇଥିବା ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ବିଭାଗର କର୍ମଚାରୀଙ୍କ ପାଇଁ ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅଫିସ ଟାଇମ ଧାର୍ଯ୍ୟ କରାଯାଇଛି।
