କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଭାରତର ନୂତନ ମାନଚିତ୍ର

ନୂଆଦିଲ୍ଲୀ,ଏଜେନ୍ସ: ଦେଶରୁ ୩୭୦ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳଭାବେ ବିଭକ୍ତ ହୋଇଛି। ଏ ନେଇ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ରାଜନୈତିକ ମାନଚିତ୍ର ଜାରି କରାଯାଇଛି। ଏଥିରେ ଜାମ୍ମୁ କାଶ୍ମୀର ଓ ଲଦାଖର ସୀମାକୁ ଦର୍ଶାଯାଇଛି। ଏହି ପରିପ୍ରେକ୍ଷୀରେ ୨କେନ୍ଦ୍ରଶାସିତ ଅଞ୍ଚଳକୁ ଭିନ୍ନ ଭିନ୍ନ ରଙ୍ଗରେ ଚିହ୍ନଟ କରାଯାଇଛି।

ଜାମ୍ମୁ କାଶ୍ମୀର ଏବଂ ଲଦାଖ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ଅକ୍ଟୋବର ୮ରେ ସଂସଦରେ ଜାମ୍ମୁ କାଶ୍ମୀର ପୂର୍ନଗଠନ ବିଲ୍ ଆସିବା ପରେ ଏହା ଆଇନରେ ପରିଣତ ହୋଇଥିଲା। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏହି ଆଇନକୁ କେନ୍ଦ୍ର ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି। ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ କାରଗିଲ ଓ ଲେହ ଜିଲ୍ଲା ରହିଛି। ଏଥିସହ ଜାମ୍ମୁ ଓକାଶ୍ମୀର ବଳକା ଅଂଶ ଜାମ୍ମୁ ଓ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳଭାବେ ପରିଗଣିତ ହୋଇଛି।