ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ବିଜେପି ପ୍ରାର୍ଥୀଙ୍କ ଗାଡି ଉପରକୁ ଆକ୍ରମଣ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ହେଲେ ଏହାରି ଭିତରେ ଘଟି ଚାଲିଛି ନିର୍ବାଚନୀ ହିଂସା। ବିଜେପି ପ୍ରାର୍ଥୀ ଅନୁପ ସାହାଙ୍କ ଗାଡି ଉପରେ ବୀରଭୂମ ଜିଲ୍ଲାର ଟିଏମସି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର ଦିନ ପଶ୍ଚିମବଙ୍ଗର ଖାଇରାସୋଲ ଅଞ୍ଚଳର ଏକ ଗ୍ରାମରେ ଏଭଳି ଘଟଣା ଘଟିଛି।

ଅନୁପ ସାହା ବୀରଭୂମ ଜିଲ୍ଲାର ଦୁବରାଜପୁର ନିର୍ବାଚନମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୋଚ ବେହେରା ସ୍ଥିତ ଏକ ମତଦାନ କେନ୍ଦ୍ରରେ ହିଂସା ହୋଇଥିଲା। ପଶ୍ଚିମବଙ୍ଗରେ ପ୍ରଥମ ୪ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ପଞ୍ଚମ ପର୍ଯ୍ୟାୟ ୧୭ ତାରିଖରେ ହେବାକୁ ଥିବା ବେଳେ ଷଷ୍ଠ ପର୍ଯ୍ୟାୟ ଏପ୍ରିଲ ୨୨ରେ ହେବ। ଭୋଟ ଗଣନା ମେ’ ୨ରେ ହେବ ବୋଲି ଜଣାପଡିଛି।