ପୁଲିସ ଦ୍ୱାରା ଯୁବକଙ୍କୁ ମାଡ଼ ଅଭିଯୋଗ : ଦୁଇ ଯୁବକ ବୁର୍ଲା ସ୍ଥାନାନ୍ତର

ବରଗଡ଼,ଏନ୍ଏନ୍ଏସ୍: ଗୁରୁବାର ରାତିରେ ସଦର ଥାନା ପୁଲିସ ପ୍ରଧାନପାଲି ଗ୍ରାମର ପ୍ରମୋଦ ନାଏକ , ତାଙ୍କ ଭାଇ ଟିକୁ ନାଏକ ଏବଂ ବେଦପ୍ତ ପ୍ରଧାନକୁ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଟିକୁ ଏବଂ ବେଦପ୍ତ ଗୁରୁତର ଆହତ ହୋଇ ଏବେ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ସହ ଦୁଇଜଣ ଯୁବକ ତିନୋଟି ଗାଡିରେ ପ୍ରଧାନପାଲି ଗ୍ରାମରେ ପହଞ୍ଚି ବିନା କାରଣରେ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ମାଡରେ ଟିକୁ ଏବଂ ବେଦପ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏନେଇ ଶୁକ୍ରବାର ପ୍ରମୋଦ ନାଏକ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ତଦନ୍ତପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଟାଉନ ଥାନା ପୁଲିସ ସୂଚନା ଦେଇଛି।