ବରଗଡ଼,ଏନ୍ଏନ୍ଏସ୍: ଆଗ ଧାଡ଼ିର କରୋନା ଯୋଦ୍ଧା ପୁଲିସ କର୍ମୀଙ୍କୁ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସୋମବାର ମଞ୍ଚର ସଦସ୍ୟମାନେ ବରଗଡ଼ ଟାଉନ ଥାନା ପରିସରକୁ ଯାଇ ଥାନା ଅଧିକାରୀ ସଦାନନ୍ଦ ପୁଝାରୀଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ କରୋନା ଯୋଦ୍ଧା ପୁଲିସ କର୍ମୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟାଯାଇଥିଲା।
ମଞ୍ଚର ଆବାହକ ପବିତ୍ର ଦେହେରୀ ବର୍ତ୍ତମାନ ପରିସ୍ଥିତିରେ ପୁଲିସ କର୍ମୀଙ୍କ କାର୍ୟ୍ୟକୁ ନେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମେଶ ମହାପାତ୍ର, ଭବାନୀ ପ୍ରସାଦ ସାହୁ, ଅଲିମ ରିଜଭି ,ରମେଶ ପତି, ରାଜକୁମାର ବନଛୋର, ବାସମତି ବନଛୋର, ମାରୀୟମ ବାର୍ଳା, ଗୁରପ୍ରୀତ ସିଂ, ଯଶୋବନ୍ତି ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ୨୪ ଘଣ୍ଟାରେ ୫୧ ଜଣ ପୁଲିସ କର୍ମଚାରୀ ରାଜ୍ୟରେ ପଜିଟିଭ ଚିହ୍ନଟ ହୋଇଛନ୍ତି।