ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଉଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ଏନେଇ ଘଟଣାସ୍ଥଳରେ ମୁତୟନ ଥିବା ସ୍ଥାନୀୟ ପୁଲିସ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଇଛି।
କେନ୍ଦ୍ର ସରକାର ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର୍ ବୃଦ୍ଧି କରୁଛନ୍ତି, କରୋନା ମହାମାରୀ ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଆଁ ହେବାରୁ ମଧ୍ୟବିତ୍ତ ଓ ଗରିବ ପରିବାର ବଞ୍ଚିବା କଷ୍ଟକର ହୋଇପଡିଲାଣି ବେଲି ନାରା ଲଗାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହିତ ରାଜ୍ୟରେ ଖଣି ଦୁର୍ନୀତି, ଚିଟଫଣ୍ଡ ସମେତ ବହୁ ଦୁର୍ନୀତିରୁ ବଞ୍ଚିବା ପାଇଁ ରାଜ୍ୟସରକାର କେନ୍ଦ୍ରର ଜନ ବିରୋଧି ନୀତିକୁ ସମର୍ଥନ ଦେଇ ଆସୁଛି। ପ୍ରତିପକ୍ଷ ରାଜନୈତିକ ନେତୃତ୍ବକୁ ଇଡି, ଜିଡିପି ବଦଳେଇ ପାରୁନଥିବା ଅପାରଗ କେନ୍ଦ୍ରସରକାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କହୁଛି ନିଜର ଡିପି ବାଦଳାଅ ବୋଲି କଂଗ୍ରେସ ନେତା ମାନେ ପ୍ରକାଶ କରିଛନ୍ତି।
ଗିରଫ ହୋଇଥିବା ପ୍ରମୁଖ ନେତା ମାନଙ୍କ ମଧ୍ୟରେ ଡିସିସି ସଭାପତି ମୁନା ତ୍ରିପାଠୀଙ୍କ ସମେତ କଂଗ୍ରେସ ନେତା ସର୍ବଶ୍ରୀ ସଦନ ନାୟକ, ଦିଲ୍ଲୀପ ବେହେରା, ଖେମରାଜ ବାଘ, ଡ. ଲିପିକା ମାଝୀ, ଦ୍ବାରିକା ମହାପାତ୍ର, ସନରାଜ ଗଣ୍ଡ, ଦିବାକର ପୁଜାରୀ ପ୍ରମୁଖ ରହିଛନ୍ତି।