ପୋଲିସ-ମାଓବାଦୀ ଗୁଳିବିନିମୟ

ମାଲକାନଗିରି,ଏନ୍ଏନ୍ଏସ୍: କୋରାପୁଟ ସୀମାରେ ପୋଲିସ ମାଓବାଦୀ ଗୁଳିବିନିମୟ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲାର ବଡ଼ଡୁରାଲ ଓ କୋରାପୁଟର ଲମତାପୁଟ ମଧ୍ୟରେ ଗୁଳିବିନିମୟ ଚାଲିଥିବା ଜଣାପଡିଛି । ମାଲକନଗିରି ଡିଭିଏଫ ଏବଂ ଏସଓଜି ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ତେବେ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।