ଛତିଶଗଡ଼ରେ ପୁଲିସ ମାଓବାଦୀ ଗୁଳିବିନିମୟ : ଜଣେ ମହିଳା ମାଓବାଦୀ ମୃତ, ୨ ଯବାନ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ କଣ୍ଡେନାର ଓ କରିଆମେଟା ମଧ୍ୟରେ ଥିବା ବୁର୍ଗମ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀଙ୍କ ଦ୍ୱାରା ଅପରସନ କରାଯାଉଥିବା ବେଳେ ମାଓବାଦୀମାନେ ଦେଖି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସହ ଯବାନଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏହାର ପ୍ରତି ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଏଥିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ଘଟିବା ସହ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ଗୋଟିଏ ବାରବୋର ବନ୍ଧୁୁକ ଜବତ କରାଯାଇଛି। ଗୁରୁତର ଆହତ ଯବାନଙ୍କ ମଧ୍ୟରେ ଜଣେ ଏସଟିଏଫ ଓ ଜଣେ ଡିଆରଜି ଯବାନ ଥିବା ଜଣାପଡ଼ିଛି। ସେମାନଙ୍କୁ ଜଙ୍ଗଲରୁ ସୁରକ୍ଷିତ ଭାବେ ବାହାର କରିବାକୁ ଚେଷ୍ଟା କରାଯାଉଥିବା ନାରାୟଣପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।