ବାଲିଗୁଡ଼ା,ଏନ୍ଏନ୍ଏସ୍: ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଂଚାୟତର ସେଣ୍ଟ ଜାଭିୟର ଘରୋଇ ବିଦ୍ୟାଳୟରେ ବିସ୍ଫୋରକ ଦ୍ରବ୍ୟ ଫୁଟି ୩ ଛାତ୍ର ଆହାତ ହୋଇଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ପୁଲିସ ଛାତ୍ର ଯଶକୁ ପଚାରିବାରୁ ଗଦ୍ରିଙ୍ଗିଆରୁ ସେ ଏହାକୁ ଆଣିଥିଲା ବୋଲି କହିଥିଲା । ପରେ ପୁଲିସ ଗଦ୍ରିଙ୍ଗିଆ ପହଞ୍ଚି ତଦନ୍ତ କରିବାରୁ ପୂର୍ବରୁ ସେଠାରେ ଆରକେଡି ଠିକା ସଂସ୍ଥାର ଏକ କ୍ୟାମ୍ପ ଥିଲା ଯେଉଁଠୁ ଏହି ଡେଟରନେଟ ମିଳିଥିବା ଜାଣିବାକୁ ପାଇଥିଲା । ସେଠାରେ ପୁଲିସ ଖୋଜାଖୋଜି କରିବା ସମୟରେ ୩ଟି ଜୀବନ୍ତ ଓ କିଛି ଫୁଟିନ୍ତା ଡେଟନେଟର ମିଳିଥିଲା । ପରେ ଘଟଣା ଘଟିଥିବା ସ୍କୁଲକୁ ଯାଇ ତଦନ୍ତ କରିବା ସମୟରେ ଗୋଟିଏ ଡେଟନେଟର ମିଳିଥିଲା । ଫଳରେ ସମୁଦାୟ ୪ଟି ଡେଟନେଟର ଜବତ ହୋଇଛି । ତଦନ୍ତକାରୀ ଅଫିସର ଭାବେ ଆଶୁତୋଷ ପାଇକରାଏ ସଦଳେବଦଳେ ହିଁ ଘଟଣାର ତଦନ୍ତ ନିମନ୍ତେ ଘଟଣାସ୍ଥଳ ଓ ଅନେକ ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି ।