ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ, ଜଣେ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷ କରିଥିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ଜଣେ ବ୍ୟକ୍ତିକୁ ଅଟକ ରଖିଛି। ସୂଚନା ଅନୁସାରେ ନିଜ ଜମିକୁ ଲାଗି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷ କରିଥିବା ବେଳେ ପୁଲିସ ପହଞ୍ଚି ବହୁ ସଂଖ୍ୟକ ଗଞ୍ଜେଇ ଗଛକୁ ନଷ୍ଟ କରିଛି।

ସୂଚନା ଅନୁସାରେ ବାରକୋଟ ଥାନା ଅନ୍ତର୍ଗତ କାଦୋପଡ଼ା ନୂଆସାହି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ସୂଚନା ପାଇ ଦେବଗଡ଼ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳ ବଳେ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଉକ୍ତ ସ୍ଥାନରୁ ବହୁ ଗଞ୍ଜେଇ ଗଛ ଉପାଡି ନଷ୍ଟ କରିବା ସହ ଉକ୍ତ ଗ୍ରାମର ବିଦେଶୀ ଜେନାଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।