ପୁଲିସ କନେଷ୍ଟବଳ ହାବିଲଦାର ସଂଘ ନିର୍ବାଚନ, ଯୋଗେନ୍ଦ୍ର ସଭାପତି ଓ ସଞ୍ଜୀବ ସମ୍ପାଦକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଓଡ଼ିଶା ପୁଲିସ କନେଷ୍ଟବଳ ହାବିଲଦାର ଦେବଗଡ଼ ଶାଖା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ଯୋଗେନ୍ଦ୍ର ସାହୁ ୧୬୧ଖଣ୍ଡ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ଷଡ଼ଙ୍ଗୀ ୧୭ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସମ୍ପାଦକ ଭାବେ ହାବିଲଦାର ସଞ୍ଜୀବ କୁମାର ବେହେରା, ଉପସଭାପତି ଭାବେ ବାବୁଲା କିସାନ, ଯୁଗ୍ମ ସମ୍ପାଦକ ଭାବେ ବରୁଣ କୁମାର ବେହେରା ଓ ରାଜୀବ ଲୋଚନ ବେହେରା, କୋଷାଧ୍ୟକ୍ଷ ଭାବେ ଉଦିତ କୁମାର ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଥାନା ଓ ରିଜର୍ଭ କାର୍ଯ୍ୟାଳୟରେ ସଭାପତି ପଦ ପାଇଁ ଭୋଟ ଗ୍ରହଣ କରାଯାଇଥିବାବେଳେ ପୂର୍ବରୁ ସମସ୍ତ ପଦବୀରେ ପ୍ରାର୍ଥୀମାନେ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ, ସଭାପତି ପଦବୀରେ ଯୋଗେନ୍ଦ୍ର ସାହୁ ଲଗାତାର ତୃତୀୟଥର ପଦବୀ ହାତେଇ ଥିବାବେଳେ ସମ୍ପାଦକ ଭାବେ ସଞ୍ଜୀବ ଷଷ୍ଠଥର ପାଇଁ ନିର୍ବାଚିତ ହୋଇଛନ୍ତି ।