ବେଆଇନ ଚାଉଳ ଚାଲାଣ ବେଳେ ଗାଡି ଧରିଲା ପୁଲିସ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳରୁ ବେଆଇନ ପିଡ଼ିଏସ ଚାଉଳ ଚୋରା ଚାଲାଣ ବେଳେ ପୁଲିସ ହାତରେ ୪୦୭ ଗାଡିଟି ଧରାପଡିଛି। ଗାଡି ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ। ସୂଚନା ମତେ ୪୦୭ (ଓଆର୍‌-୦୩ଜି-୩୯୫୧) ଗାଡି ଯୋଗେ ବେଆଇନ ଭାବେ ଚାଉଳ ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇବା ପରେ ବାଦୀପଡ଼ା ଗାଁରୁ ଗାଡିକୁ ଧରିବାରେ ପୁଲିସ ସଫଳତା ହାସଲ କରିଛି। ଏହି ଗାଡ଼ିରେ ୪୨ ବସ୍ତା ଚାଉଳ ଥିବା ଜଣାପଡିଛି।

କୂଳଦୀପ ଗୁପ୍ତା ଗାଡି ମାଲିକ ହୋଇଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି। କେଉଁ ସ୍ଥାନକୁ ଏହି ଚାଉଳ ଚୋରାରେ ଚାଲାଣ ହେଉଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଭାତ ଦାସଙ୍କୁ ପୁଲିସ ଖବର ଦେବା ପାଇଁ ବିଳମ୍ବିତ ରାତ୍ର ହୋଇଥିବା ଯୋଗୁଁ ଆସନ୍ତା କାଲି ଚାଉଳ ଓଜନ କରାଯିବ ବୋଲି କହିଛନ୍ତି।