ଡିୟୁଟି ସାରି ଘରକୁ ଫେରୁଥିବା ବେଳେ ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ମୃତ୍ୟୁ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ବଡ଼ମାଲ ଗୋଳାବାରୁଦ କାରଖାନାର କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ସବୁ ଦିନ ଭଳି ଆଜି ମଧ୍ୟ ସେ କାମ ସାରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲା। ଫଳରେ ବଡ଼ମାଲ ଗୋଳାବାରୁଦ କାରଖାନାର କର୍ମଚାରୀ ନନ୍ଦ କିଶୋର ଜେନାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ସେ ଅଗ୍ନିଶମ ବିଭାଗରେ ସୁପରଭାଇଜର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ଥାନୀୟ ଲୋକେ ଖବର ପାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିବା ଜଣାପଡିଛି।