ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ, ପୋଚ ଓ ମଦ ଜବତ

କୋରାପୁଟ,ଏନ୍ଏନ୍ଏସ୍: ସୁନାବେଡ଼ା ଥାନା ଭେଜାପୁଟରେ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି। ଭେଜାପୁଟ ଅଞ୍ଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ସେହି ଅଞ୍ଚଳରେ ଚଢ଼ଉ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ, ସଦର ଓଆଇସି ଦିଲ୍ଲୀପ କୁମାର ରଥ, ଏଏସଆଇ ଅରପଲୋକ ଦାଶ, ସୁନାବେଡ଼ା ଥାନାର ଏଏସଆଇ ଯୁଧୀଷ୍ଠିର ରାଉତ, କେ ସି ବେହେରା ଓ ଅନ୍ୟମାନେ ସୋମବାର ପୂର୍ବାହ୍ନ୍ନରେ ଚଢ଼ଉ କରି ୧୧୦୦ ଲିଟର ପୋଚ ଓ ୫୦ ଲିଟର ଦେଶୀ ମଦ ଜବତ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଚୋରା ମଦ ବେପାରୀ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି।