ତୁଷ୍ଟାପାଲି ଗାଁରେ ନାବାଳିକାର ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ କରମତଲା ପଞ୍ଚାୟତ ତୁଷ୍ଟାପାଲି ଗାଁର ବ୍ରହ୍ମାନନ୍ଦ ବାଗ ଓ ଗୀତାଞ୍ଜଳି ବାଗଙ୍କ ଝିଅ ଖିତିସୂତାଙ୍କ ବାହାଘର ଆଜି ହେବାକୁ ଯାଉଥିଲା। ଝିଅଟି ନାବାଳିକା ହୋଇଥିବା ବେଳେ ପ୍ରଶାସନ ଖବରପାଇବା ପରେ ସେଠାରେ ପହଞ୍ଚି ବିବାହ ରୋକିବାରେ ସଫଳ ହୋଇଛି।

ସୂଚନାଯୋଗ୍ୟ ଯେ, ତୁଷ୍ଟାପାଲି ଗାଁ’ର ଶ୍ରୀଯୁକ୍ତ ବାଗଙ୍କ ଝିଅ ଖିତୀ ସୂତା(ଭୁଲେ)ଙ୍କ ବାହାଘର କାର୍ଲ। ଗାଁ’ର ଟଙ୍କଧର ବୁଡେକଙ୍କ ପୁଅ ଶଙ୍କରଙ୍କ ସହ ବାହାଘର ହେବାକୁ ଯାଉଥିଲେ। ହେଲେ ଝିଅଟିର ବୟସ ୧୮ ହୋଇନଥିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ସିଡିପିଓ ସବିତା ଦାସଙ୍କୁ ଖବର ଦେଇଥିଲେ। ଖବର ଦେବା ପରେ ସିଡିପିଓ ଶ୍ରୀମତୀ ଦାସ, ସଇଁନ୍ତଲା ପୁଲିସ ଏଏସ୍‌ଆଇ ସଙ୍ଗୀତା ବେଙ୍କଙ୍କ ସଦଳବଳେ ଉକ୍ତ ଗାଁକୁ ଯାଇ ବିବାହ ବନ୍ଦ କରିବା ପାଇଁ କହିଥିଲେ। ହେଲେ କିଛି ସମୟ ପର୍ଯ୍ୟନ୍ତ ଉକ୍ତ ଗାଁ’ରେ ପୁଲିସ ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୁଝାସୁଝା ପରେ ଘଟଣାଟି ଶାନ୍ତ ହୋଇଥିଲା।

ବିବାହ ବନ୍ଦ କରିବାରେ ପ୍ରଶାସନ ସଫଳତା ହୋଇଥିଲା। ଉକ୍ତ ପରିବାର ଲୋକେ ୧୮ ବର୍ଷ ପରେ ବିବାହ କରିବେ ବୋଲି ମଧ୍ୟ ଲିଖିତ ଭାବେ ପ୍ରଶାସନକୁ ଜଣାଇଥିବା ଜଣାପଡିଛି। ତେବେ ପ୍ରଶାସନ ଏଭଳି କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରସଂଶା ଦେଖାଦେଇଛି।