ବାରମୁଳାରେ ଗୁଳିବିନିମୟ: ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ସହିତ ୨ ନିହତ

ଶ୍ରୀନଗର,ଏଜେନ୍ସି: ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ସେନା ସହିତ ଏକ ମିଳିତ ଅପରେସନ ଆରମ୍ଭ କରିଥିଲା। ଏଥିରେ ସେନା ପକ୍ଷରୁ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମୋଷ୍ଟଓ୍ବାଣ୍ଟେଡ୍ ଏଲ୍‌ଇଟି ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ବାରମୁଳାର ମଲଓ୍ବା ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା।

ନିହତ ହୋଇଥିବା ଏଲ୍‌ଇଟି ଆତଙ୍କବାଦୀ ଜଣଙ୍କ ହେଉଛି ୟୁସୁଫ୍ କଣ୍ଟ୍ରୋ। କୁଖ୍ୟାତ ୧୦ ଆତଙ୍କବାଦୀଙ୍କ ମଧ୍ୟରେ ତାର ନାମ ରହିଥିଲା। ସର୍ଚ୍ଚ ଅପରେସନ ସମୟରେ ଗୁଳିବିନିମୟ ହୋଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ୪ ଜଣ ସେନା ଆହତ ହୋଇଛନ୍ତି। ସେମାନଙ୍କୁ ଶ୍ରୀନଗର ସ୍ଥିତ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାର ପ୍ରତି ଉତ୍ତରରେ ସେନା ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା।