ପୌରପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ପୌରପରିଷଦ ପକ୍ଷରୁ ଆଜି ସହରରେ ଜବର ଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଆଜି ବ୍ୟାପକ ପୁଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର କୈବଲ୍ୟ କରଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ ଓ ପୌର କର୍ମଚାରୀମାନେ ଦୈନିକ ବଜାର, ଅଡିଟୋରିୟମ ଓ ଶନି ମନ୍ଦିର କଡ଼ରେ ଅବୈଧ ଭାବେ ନିର୍ମାଣ ହୋଇଥିବା ଦୋକାନ ଗୃହର ଜବର ଦଖଲ ଉଛେଦ କରିଥିଲେ। ସେହିପରି ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।