କେସିଙ୍ଗାରେ ପୋକ୍ସୋ ଆଇନର ସଚେତନତା ଶିବିର

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମସାଣିମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ କେସିଙ୍ଗା ଜେଏମ୍‌ଏଫ୍‌ସି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ହୃଷୀକେଶ ଖେମୁଣ୍ଡିଙ୍କ ଅଧ୍ୟକ୍ଷତାରେ ପୋକ୍ସୋ ଆଇନ ସମ୍ୱନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ ସମ୍ୱନ୍ଧୀୟ ବିଭିନ୍ନ ଧାରା ଓ ପୋକ୍ସୋ ଆଇନରେ ପୀଡିତାଙ୍କ ପାଇଁ ମିଳୁଥିବା କ୍ଷତି ପୂରଣ ଓ ଏହାର ନିରାକରଣ ଉପରେ ବିଶୃତ ଭାବେ ଆଲୋଚନା ହୋଇଥିଲା।

ଏହି ସଚେତନତା ଶିବିରରେ ଓକିଲ ସଂଘର ସଭାପତି ତଥା ସରକାରୀ ଓକିଲ ପ୍ରକାଶ ଦାସ, କେସିଙ୍ଗା ଆଦର୍ଶ ଥାନା ଅତିରିକ୍ତ ଆଇଆଇସି ରଶ୍ମିତା ହେମ୍ରମ, ଏଏସ୍‌ଆଇ ଅନୁପ କୁମାର ସତପଥୀ, ଆଇନଜୀବୀ ସୌମ୍ୟରଞ୍ଜନ ମିଶ୍ର, ଯୁଗଲ କିଶୋର ଦୀପ, ଦିନେଶ ଭୋଇ, ସୌରରଶ୍ମି ନନ୍ଦ, ସୁକାନ୍ତ କୁମାର ପ୍ରଧାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଏଥିରେ ସାମିଲ ହୋଇଥିଲେ।