ନୂଆଦିଲ୍ଲୀ: ବିଶ୍ୱରେ କରୋନା କହର ଲଗାତାର ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଭାରତରେ ମଧ୍ୟ କରୋନାର ନୂଆ ଭାରିଏଣ୍ଟ ବୀଏଫ .୭ ମାମଲା ସାମ୍ନାକୁ ଆସିଛି । ସେଥିପାଇଁ ମହାମାରୀ ବିପଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି । ମୋଦୀଙ୍କ ସହ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ନୀତି ଆୟୋଗ ସଦସ୍ୟ ବିକେ ପଲ, ଆଇସିଏମଆର ଅଧିକାରୀ ଓ ସିଭିଲ ଏଭିଏସନ ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏଥିରେ ବର୍ତ୍ତମାନର ସ୍ଥିତି ସହ ଭବିଷ୍ୟତ ଯୋଜନା ଉପରେ ଚର୍ଚ୍ଚା ହେବ ।