ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତବାଙ୍ଗ ସେକ୍ଟରରେ ଡିସେମ୍ବର ୯ରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ସେବେଠୁ ଉଭୟ ଦେଶ ମଧ୍ୟରେ ଚିନ୍ତାଜନକ ପରିସ୍ଥିତି ଲାଗି ରହିଛି । ଏଭଳି ସ୍ଥିତିରେ ଲଦାଖରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ସେନାର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ୧୭ତମ କୋର କମାଣ୍ଡରସ୍ତରୀୟ ବୈଠକ ଡିସେମ୍ବର ୨୦ରେ ଲଦାଖର ଚୁଶୁଲ ମଲ୍ଡୋରେ ଆୟୋଜିତ ହୋଇଥିଲା । ଉଭୟ ଦେଶ ପଶ୍ଚିମୀ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ପାଇଁ ସହମତି ପ୍ରକାଶ କରିଥିଲେ ।