ତେଲରୁ ଭାଟ୍ ହ୍ରାସ କରିବାକୁ ମୋଦୀଙ୍କ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ତୈଳ ଦର ଦ୍ରାସ କରିବାକୁ ଅନୁରୋଧ କରିଛନ୍ତି । କରୋନା ସ୍ଥିତି ନେଇ ସବୁ ରାଜ୍ୟର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ପେଟ୍ରୋଲ ଓ ଡିଜେଲରୁ ଭାଟ୍ ହ୍ରାସ କରିବାକୁ ମୋଦୀ ଅପିଲ କରିଛନ୍ତି ।

ମୋଦୀ କହିଛନ୍ତି ଯେ, ସାମ୍ପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢ଼ିବା ଦରକାର । କିଛି ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟମାନଙ୍କୁ ଭାଟ୍ ହ୍ରାସ କରିବାକୁ କହିଥିଲେ। କିଛି ରାଜ୍ୟ ହ୍ରାସ କଲେ ତ ଆଉ କିଛି କଲେ ନାହିଁ । ସେଥିପାଇଁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଲା ।ଇତିମଧ୍ୟରେ ୬ ବିତିଥିବାରୁ ଲୋକେ ବହୁତ ହଇରାଣ ହେଲେଣି । ସେଥିପାଇଁ ଭୋଟ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ।

ମୋଦୀ ଆହୁରି କହିଛନ୍ତି ଯେ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଭାଟ କମାଇ ନାହାନ୍ତି । ଗତ ୬ ମାସ ଭାଟ ହ୍ରାସ ନ କରିବାରୁ ରାଜ୍ୟର ରାଜସ୍ୱ ବଢ଼ିଲା । ଏବେ ସମୟ ଆସିଛି ଭାଟ୍ କମାଇ ଲୋକଙ୍କୁ ସୁବିଧା ଦିଅନ୍ତୁ ।