ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମରେ ଆଜି ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି । ସୁରକ୍ଷାବଳ ୨ଟି ଭିନ୍ନ ଭିନ୍ନ ଜାଗାରେ ଏନକାଉଣ୍ଟର କରି ୫ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟ୍ରେନ୍ସ ଫ୍ରଣ୍ଟର କମାଣ୍ଡର ଅଫାଫ ସିକନ୍ଦର ବୋଲି ଚିହ୍ନଟ କରାଯାଇଛି ।
କଶ୍ମୀର କ୍ଷେତ୍ରର ପୁଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି ଯେ, କୁଲଗାମର ପୁମ୍ବାଇ ଏବଂ ଗୋପାଳପୋରା ଗାଁରେ ହୋଇଥିବା ସଂଘର୍ଷରେ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିପାତ କରିଛି । ୨ଟି ଜାଗାରେ ଏବେ ବି ସଂଘର୍ଷ ଜାରି ରହିଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ନଭେମ୍ବର ୧୫ ତାରିଖରେ ସୁରକ୍ଷାବଳ ଶ୍ରୀନଗରର ହୈଦରପୋରାରେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୩୫ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ଜଣାପଡ଼ିିଛି ।