ଲଢ଼ୁଆ ବିମାନ ‘ତେଜସ’ରେ ଉଡ଼ାଣ ଭରିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଙ୍ଗାଲୁରୁର ଲଢ଼ୁଆ ବିମାନ ‘ତେଜସ’ରେ ଉଡ଼ାଣ ଭରିଛନ୍ତି । ବାଙ୍ଗାଲୁରୁରେ ହିନ୍ଦୁସ୍ତାନ ଏୟରୋନୋଟିକ୍ସ ଲିମିଟେଡ(HAL) ଗସ୍ତ କରିଛନ୍ତି । ପିଏମଓଙ୍କ ମୁତାବକ, ସେ ତେଜସ ଜେଟର ମେନୁଫେକଚରିଂ ହବ୍ ନିରୀକ୍ଷଣ କରିବା ପାଇଁ ଯାଇଥିଲେ । ମୋଦୀ ସରକାର ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀ ଉତ୍ପାଦନ ଉପରେ ଲଗାତାର ଜୋର ଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖାଯାଇଛି ଯେ, ଆଜି ତେଜସରେ ଉଡ଼ାଣ ଭରି ଅତ୍ୟନ୍ତ ଗର୍ବ ସହକାରେ କହୁଛି । ଆମ ପରିଶ୍ରମ ଓ ମନୋବୃତି ଯୋଗୁ ଆମେ ଆତ୍ମନିର୍ଭରତା କ୍ଷେତ୍ରରେ ବିଶ୍ୱରେ କାହାଠୁ କମ୍ ନୁହେଁ । ଭାରତୀୟ ବାୟୁସେନା, ଡିଆରଡିଓ ଓ ସମସ୍ତ ଭାରତବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ।