୩ୟ ଆଦିବାସୀ ଜନଜାତି ଗୌରବ ଦିବସ ପାଳିତ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ପୁଲିସ ହାଇସ୍କୁଲଠାରେ ୩ୟ ଆଦିବାସୀ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯକ୍ରମକୁ ଅତିଥିଭାବେ ପୁଲିସ ହାଇସ୍କୁଲର ପ୍ରଧାନଶିକ୍ଷକ ଦେବୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଓଡ଼ିଆ ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ ଓ ସହାୟକ ଶିକ୍ଷୟତ୍ରୀ ସମିରା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରଇଂ ଓ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଡ୍ରଇଂ ପ୍ରତିଯୋଗିତାରେ ଆଶାରାଣୀ ନାୟକ ୧ମ, ଜଗା ବେହେରା ୨ୟ ଓ ଓମ୍ କୁମାର ପ୍ରଧାନ ୩ୟ ହୋଇଥିଲେ । ସେହିପରି ବକୃତା ପ୍ରତିଯୋଗୀତାରେ ରାଜେଶ କୁମାର୍ ସାହୁ ୧ମ, ଓମ୍ କୁମାର ପ୍ରଧାନ ୨ୟ ଓ ଅନୁପମା ସ୍ୱାଇଁ ୩ୟ ହୋଇଥିଲେ । ଉପସ୍ଥିତ ଅତିଥିବୃନ୍ଦ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ଡ୍ରଇଂ ଓ ବକୃତା ପ୍ରତିଯୋଗୀତାରେ ବିଜୟୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ସ୍ୱାଗତ କରିଥିବାବେଳେ ସ୍ୱେଚ୍ଛାସେବୀ ମିନୀ କଂହର ଧନ୍ୟବାଦ ଦେଇଥିଲେ ।