କରାଚୀ ସପିଂ ମଲରେ ଭୀଷଣ ନିଆଁ, ୯ ମୃତ

ନୂଆଦିଲ୍ଲୀ: ପାକିସ୍ତାନର କରାଚୀରେ ରାଶିଦ ମିହ୍ନାସ ରୋଡସ୍ଥିତ ଆରଜେ ମଲରେ ନିଆଁ ଲାଗିବା ଯୋଗୁ ୯ଜଣଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତୀତ ଜଣେ ଆହତ ହୋଇଛି । ସମସ୍ତ ଶବକୁ ହସ୍ପିଟାଲ ଅଣାଯାଇଥିବା ନେଇ କରାଚୀର ସ୍ଥାନୀୟ ହସ୍ପିଟାଲର ଅଧିକାରୀ ଏବଂ ପୁଲିସ ସୂଚନା ପ୍ରଦାନ କରିଛି । ୮ ଶବକୁ ଜିନ୍ନା ପୋଷ୍ଟଗ୍ରାଜୁଏଟ ମେଡିକାଲ ସେଣ୍ଟର ଜେପୀଏମସୀରେ ଏବଂ ସିବିଲ ହସ୍ପିଟାଲ କରାଚ୍ଚୀକୁ ଅଣାଯାଇଛି ।

ଉକ୍ତ ଘଟଣାକୁ ନେଇ କରାଚୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ହସ୍ତାନ୍ତର କରାଯାଇଛି । ରିପୋର୍ଟ ମୁତାବକ, ନିଆଁ ଲାଗିବା ପରେ ମଲରୁ ୨୨ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ବିଲ୍ଡିଂର ୪ର୍ଥ ମହଲା ପର୍ଯ୍ୟନ୍ତ ଖାଲି କରିଦିଆଯାଇଛି । ଏହାସହ ୫ମ ଓ ୬ଷ୍ଠ ମହଲାକୁ ଖାଲି କରିବାକୁ ନେଇ କାମ ଚାଲିଛି ।