କରୋନା ମୁକାବିଲା: ୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି କି, ଆଗାମୀ ୨ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ ରହିବ। ଗୋଟିଏ ବର୍ଷ ପାଇଁ ସାଂସଦଙ୍କ ଦରମାରୁ ୩୦ ପ୍ରତିଶତ କଟିବ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନେକ ରାଜ୍ୟର ରାଜ୍ୟପାଳ ମଧ୍ୟ ସ୍ୱେଚ୍ଛାକୃତ ଭାବେ ନିଜ ଦରମାରୁ ୩୦ ପ୍ରତିଶତ କାଟିବା ପାଇଁ ପତ୍ର ଲେଖିଛନ୍ତି। ଦୁଇ ବର୍ଷରେ ପ୍ରତ୍ୟେକ ସାଂସଦଙ୍କୁ ୧୦ କୋଟି ଟଙ୍କା ମିଳିଥାଏ। ୨ ବର୍ଷ ସ୍ଥଗିତ ପାଣ୍ଠିିରୁ ୭୯୦୦ କୋଟି ମିଳିବ। ସମସ୍ତ ସ୍ଥଗିତ ପାଣ୍ଠି କନ୍ସୋଲିଡେସନ ଫଣ୍ଡକୁ ଯିବ। ଆଉ ଏହି ଫଣ୍ଡ କରୋନା ମୁକାବିଲାରେ ଲଗାଯିବ।