ଆୟୁର୍ବେଦିକ ଉପାୟରେ ବଢ଼ାନ୍ତୁ ରୋଗ ପ୍ରତିରୋଧକ କ୍ଷମତା

କରୋନା ଭାଇରସରେ ବଢ଼ୁଥିବା ମାମଲାକୁ ରୋକିବା ପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ସମାଜିକ ଦୂରତା, ବାରମ୍ବାର ହାତ ଧୋଇବା, ପରିଷ୍କାର ପରିଚ୍ଛନତା ପରେ ଆୟୁଷ ମନ୍ତ୍ରଣାଳୟ ତରଫରୁ କିପରି ଜଣେ ନିଜର ଯତ୍ନ ନେଇପାରିବ ସେନେଇ ଗାଇଡଲାଇନ ଜାରି କରାଯାଇଛି। ଏଥିରେ ଆୟୁର୍ବେଦିକ ଉପାୟରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଯିବା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆୟୁର୍ବେଦିକ ଉପାୟରେ କିପରି ରୋଗ ପ୍ରତିରୋଧ କ୍ଷମତା ବଢ଼ାଇପାରିବା…
ଗରମ ପାଣି ପିଇଲେ ଶରୀର କୀଟାଣୁମୁକ୍ତ ହେଉଥିବାରୁ ଦିନସାରା ଗରମ ପାଣି ପିଇବା ଉଚିତ। ପ୍ରତିଦିନ ଯୋଗ, ପ୍ରାଣାୟମ ଓ ଧ୍ୟାନ କରିବା ପାଇଁ ମଧ୍ୟ ଏଥିରେ କୁହାଯାଇଛି। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ହଳଦୀ, ଧଣିଆ, ଜୀରା ଓ ରସୁଣ ବ୍ୟବହାର କରିବା ଉଚିତ। କୌଣସି ରୋଗ ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ କ୍ଷମତାର ଆବଶ୍ୟକତା ଥିବାବେଳେ ଏକ ଚାମଚ ଚୱନପ୍ରାଶ ଏଥିପାଇଁ ବେଶ ଉପଯୋଗୀ। ମଧୁମେହ ରୋଗୀ ସୁଗର ଫ୍ରି ଚୱନପ୍ରାଶ ଖାଇବା ଜରୁରୀ। ହର୍ବଲ ଟି କିମ୍ବା ତୁଳସି, ଡାଲଚିନି, ଗୋଲମରିଚରୁ ପ୍ରସ୍ତୁତ କାଡା ଦିନରେ ଦୁଇଥର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ସହାୟୀ। ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଗୁଡ଼ କିମ୍ବା ଲେମ୍ବୁ ମିଶାଇ ପାରିବେ। ସକାଳେ-ସନ୍ଧ୍ୟାରେ ନାକରେ ନଡ଼ିଆ ତେଲ କିମ୍ବା ଘିଅ ପକାନ୍ତୁ। ଆୟୁର୍ବେଦରେ ଏହାକୁ ପ୍ରତିମର୍ଶ ନର୍ଶ କୁହାଯାଇଥାଏ। ଶୁଖିଲା କାଶ କିମ୍ବା ତଣ୍ଟି ଦରଜ ହେଉଥିଲେ ଉଷୁମ ପାଣିରେ ପୁଦିନା ପତ୍ର କିମ୍ବା ଆଜୱାଇନ ମିଶାଇ ଭାମ୍ପ ନିଅନ୍ତୁ। କଫ ଜମି ରହିଥିଲେ ଲବଙ୍ଗ ପାଉଡରରେ ମହୁ କିମ୍ବା ଚିନି ମିଶାଇ ଦିନରେ ୩ଥର ଏହି ମିଶ୍ରଣକୁ ସେବନ କରିପାରିବେ।