ପୁଲିସ କର୍ମଚାରୀଙ୍କ ବଳିଦାନକୁ ନେଇ ଭିଡିଓ ଜାରି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହସ୍ର ପୁଲିସ କର୍ମଚାରୀଙ୍କ ବଳିଦାନକୁ ନେଇ ଏକ ଭିଡିଓ ଟ୍ୱିଟ କରିଛନ୍ତି। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଘରେ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଏଥି ସହିତ ନିଜର ତଥା ସମାଜର ମଙ୍ଗଳ ପାଇଁ ଲକଡାଉନକୁ ପାଳନ କରିବା ପାଇଁ ମଧ୍ୟ କହିଛନ୍ତି।