ସ୍ବାଗତ ବେଳେ ମୋଦୀଙ୍କ ପାଦ ଛୁଇଁଲେ ପାପୁଓ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାପାନରେ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପାପୁଆ ନ୍ୟୁ-ଗିନିରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଜେମେସ ମାରାପେ । ଏହି ସ୍ବାଗତ ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ପାପୁଆ ନ୍ୟୁ-ଗିନି ପ୍ରଧାନମନ୍ତ୍ରୀ ଜେମେସ ପାରାପେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁ ଅର୍ଶୀବାଦ ଗ୍ରହଣ କରିଛନ୍ତି । ମୋଦୀ ବିମାନରୁ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ଜେମେସ ମାରାପେରେ ସ୍ବାଗତ କରିବା ସହ ଆଲିଙ୍ଗନ କରିଥିଲେ । ପରେ ଭାରତୀୟ ପରମ୍ପରା ଭଲି ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ ସାରି ଏବେ ପାପୁଆ ନ୍ୟୁ-ଗିନିରେ ପହଞ୍ଚିଛନ୍ତି । ସେଠାରେ ଏକାଧିକ କାର୍ଯ୍ୟକ୍ରମ ଶେଷ କରି ସେ ଅଷ୍ଟ୍ରେଲିଆ ଗସ୍ତରେ ବାହାରିବେ । ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ୩ ବିଦେଶ ଗସ୍ତ କରିଛନ୍ତି । ଗତକାଲି ଜାପାନରେ ଜି-୭ ସମ୍ମିଳନୀ ଶେଷ ହୋଇଛି । ପାପୁଆ ନ୍ୟୁ-ଗିନି ଓ ଅଷ୍ଟ୍ରେଲିଆରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି।