ଆମେରିକା ଉପରାଷ୍ଟପ୍ରତି କମଲା ହେରିସଙ୍କୁ ମୋଦୀଙ୍କ ଖାସ୍ ଉପହାର

ନୂଆଦିଲ୍ଲୀ: ରାଜନୈତିକ ସମ୍ପର୍କରେ ଉପହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ସେଥିପାଇଁ ଯେତେବେଳେ ୨ ଦେଶର ନେତା ପରସ୍ପରକୁ ଭେଟିଥାନ୍ତି ଉପହାର ମାଧ୍ୟମରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାନ୍ତି। ସେହିପରି ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉପରାଷ୍ଟ୍ରପତି କମଲା ହେରିସଙ୍କୁ ମଧ୍ୟ ଖାସ୍ ଉପହାର ଭେଟିଛନ୍ତି। ହେରିସଙ୍କୁ ତାଙ୍କ ନାମର ସରକାରୀ ନିଯୁକ୍ତି ଓ ସେବାନିବୃତି ସହ ଜଡ଼ିତ ଗଜଟ ଅଧୀସୂଚନାର ସାର୍ଟିଫିକେଟକୁ କାଠରେ ଫ୍ରେମ କରି ପ୍ରଦାନ କରିଛନ୍ତି। ଏଥିରେ ପୀବୀ ଗୋପାଳନଙ୍କ ପୁନର୍ବାସ ମନ୍ତ୍ରଣାଳୟରେ ନିଯୁକ୍ତି ଓ ସେବା ନିବୃତି ଉପରେ ଜାରି ହୋଇଥିବା ଅଧିସୂଚନା ସାମିଲ ରହିଛି। ମୂଳ ରୂପେ ଭାରତୀୟ ହୋଇଥିବା କମଲା ହେରିସ ବହୁବାର ତାଙ୍କ ଅଜା ପୀବୀ ଗୋପାଳନ କିପରି ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲେ ତାହା ସର୍ବସାଧାରଣରେ ଉଲ୍ଲେଖ କରିଛନ୍ତି।