ଅବକାରୀ ଚଢ଼ଉ, ପୋଚ ଓ ଦେଶୀ ମଦ ଜବତ

କାରାପୁଟ,ଏନ୍ଏନ୍ଏସ୍: ପାଡୁଆ ଥାନା ଶୁଆପୁଟ ଗ୍ରାମରେ ନନ୍ଦପୁର ଅବକାରୀ ବିଭାଗ ଓ ଜିଲା ଫ୍ଲାଇଂ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି। ଓଡ଼ିିଶା-ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା ଅଧୀନ ଶୁଆପୁଟେର ବ୍ୟାପକ ଚୋରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମେନାଜ କୁମାର ସେଠୀ ସେହି ଅଞ୍ଚଳରେ ଚଢ଼ଉ କରିବାକୁ ବିଭାଗୀୟ କମର୍ଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଫ୍ଲାଇଂ ସ୍କ୍ୱାର୍ଡ ଭାରପ୍ରାପ୍ତ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ ଓ ନନ୍ଦପୁର ଅବକାରୀ ଥାନା ଓଆଇସି ତ୍ରିନାଥ ଚିନ୍ତାଡ଼ାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଆଜି ଶୁଆପୁଟେରରେ ଚଢ଼ଉ କରି ୮,୫୦୦ ଲିଟର ପୋଚ ଓ ୬୭୫ ଲିଟର ଦେଶି ମଦ ଜବତ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଚୋରା ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ସମୟରେ ଏଏସଆଇ ପ୍ରତିମା ବେହରା, ସଞ୍ଜୟ ପ୍ରଧାନଙ୍କ ସେମତ ପାଡୁଆ ଥାନା ପୁଲିସ ଓ ଅନ୍ୟମାନ ଚଢ଼ଉରେ ସାମିଲ ହୋଇଥିଲେ।