ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୧ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ୩ ଦିନିଆ ଆମେରିକା ଗସ୍ତରୁ ଫେରିବା ପରେ ମୋଦୀ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି ଆଉ ଆମକୁ ଏହି ପାର୍ବଣ ଋତୁରେ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଏହାସହିତ ଟିକାକରଣ ଶୃଙ୍ଖଳରୁ ଯେପରି କେହି ବଞ୍ଚିତ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି। କରୋନାର ଆଗାମୀ ଲହର ପୂର୍ବରୁ ନିଜକୁ କରୋନା ସହିତ ଲଢେଇ କରିବା ପାଇଁ ପ୍ରସ୍ତୁତ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଆଜି ଦିନରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଥିଲା ଓ ପୂରା ବିଶ୍ୱରେ ଏହା ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ବୋଲି ମୋଦୀ କହିଛନ୍ତି।