ନାବିକଙ୍କ ସହ ନଦୀରେ ବୁଡ଼ିଗଲେ ୨୨ ଜଣ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

ପାଟନା,ଏଜେନ୍ସି: ବିହାରର ମୋତହାରୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସିକରହନା ନଦୀରେ ଜଣେ ନାବିକଙ୍କ ସହ ୨୨ ଜଣ ଲୋକ ନଦୀରେ ବୁଡ଼ିଯାଇଛନ୍ତି। ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ଜଣେ ମୃତଦେହକୁ ଉଦ୍ଧାର କରିଛନ୍ତି ଏବଂ ଅନ୍ୟ ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ। ଏପରି ଘଟଣା ଘଟିଛି ଶିକାରଗଂଜ ଥାନା ଗୋଡ଼ିୟା ଗାଁରେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଡ଼ଙ୍ଗାରେ ୨୦ରୁ ୨୫ ଜଣ ଲୋକ ଯାତ୍ରା କରୁଥିବା ବେଳେ ଗେଡ଼ିୟା ଗାଁ ନିକଟରେ ଡ଼ଙ୍ଗାଟି ହଠାତ୍ ଓଲଟି ପଡ଼ିଥିଲା।

ଫଳରେ ସମସ୍ତ ଯାତ୍ରୀ ପାଣିରେ ବୁଡ଼ିଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବର ଜାଣିବା ପରେ ପୋଲିସ୍ କିଛି ସ୍ଥାନୀୟ କର୍ମଚାରୀ ଓ ଅଗ୍ନିଶମ ବିଭାଗ ମିଶି ଏହି କାର୍ଯ୍ୟ ଜାରି ରଖିଛନ୍ତି।