ଦେଶବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନିଜ ନିଜ ଭିତରେ ପ୍ରେମ, ସ୍ନେହ ଓ ଭାଇଚାରାର ପ୍ରତୀକ ଏହି ରଂଗ ଉତ୍ସବ ସମସ୍ତଙ୍କ ଜୀବନରେ ଖୁସିର ରଂଗ ଆଣୁ।

ଆଜି ଦେଶବ୍ୟାପୀ ହୋଲି ମହୋତ୍ସବ ପାଳନ କରାଯାଉଛି। ମଧ୍ୟପ୍ରଦେଶର ଉଜୈନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଉତ୍ସାହର ସହିତ ହୋଲି ଖେଳୁଛନ୍ତି। ସେହିପରି ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ବୃନ୍ଦାବନ୍ଦସ୍ଥିତ ବାଙ୍କବିହାରୀ ମନ୍ଦିରରେ ମଧ୍ୟ ହୋଲି ଖେଳ ଜାରି ରହିଛି।

ଗୁଜରାଟର ଭଦୋଦରାରେ ହୋଲି ଖେଳକୁ ଅଧିକ ସ୍ମରଣୀୟ କରିବାକୁ ଉଦ୍ୟମ ହୋଇଛି। ପ୍ରିନ୍ସ ଅଶୋକରାଜେ ଗାୟକୱାଡ ସ୍କୁଲରେ ପିଲାମାନେ ଫୁଲରେ ହୋଲି ଖେଳିଛନ୍ତି। ପିଲାମାନେ ଖୁସିରେ ନାଚଗୀତ ମଧ୍ୟ କରିଛନ୍ତି।

ସେହିପରି କୋଲକାତାର ସୋନାଗାଚ୍ଛିସ୍ଥିତ ରେଡଲାଇଟ୍ ଅଞ୍ଚଳରେ ମଧ୍ୟ ଦୁର୍ବାର ମହିଳା କୋର୍ଡିନେସନ କମିଟି ପକ୍ଷରୁ ହୋଲି ଖେଳାଯାଇଛି। ଏଠାରେ ଦେହଜୀବୀମାନେ ଉତ୍ସାହର ସହିତ ହୋଲି ଖେଳିଛନ୍ତି।