ଆଜି ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଆସାମ ଗସ୍ତରେ ଯିବେ। ପୂର୍ବାହ୍ନ ୧୧ ଟାରେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ଦିଫୁ ଠାରେ ଆୟୋଜିତ ଶାନ୍ତି, ଏକତା ଏବଂ ବିକାଶ ରାଲି’କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ମୋଦୀ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପରେ, ଅପରାହ୍ନ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡରେ ଥିବା ଆସାମ ମେଡିକାଲ କଲେଜରେ ପହଞ୍ଚିବେ।

ଏଠି ଦିବ୍ରୁଗଡ କ୍ୟାନସର ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦୀ। ପରେ ଅପରାହ୍ନ ୩ ଟାରେ ଦିବ୍ରୁଗଡର ଖାନିକର ଗ୍ରାଉଣ୍ଡରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ଯେଉଁଠାରେ ଦେଶ ଉଦ୍ଦେଶ୍ୟରେ ଆଉ ୭ ଟି କ୍ୟାନସର ଡାକ୍ତରଖାନା ଉତ୍ସର୍ଗ କରିବା ସହ ସାତୋଟି ନୂତନ କ୍ୟାନସର ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।