ଓଡିଶାର ଦୁଇଟି NGOର ଲାଇସେନ୍ସ ରଦ୍ଧ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ଓଡିଶାର ଦୁଇଟି ଅଣ-ସରକାରୀ ସଂଗଠନ(NGO)ର ବିଦେଶୀ ଯୋଗଦାନ ନିୟମାବଳୀ ଅଧିନିୟମ(FCRA) ପଞ୍ଜିକରଣ ରଦ୍ଧ କରିଛି। କେତେକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଦୁଇ ଏନଜିଓ ହେଉଛନ୍ତି, ହେଭେନଲି ଗ୍ରେସ ମିନିଷ୍ଟ୍ରିଜ(Heavenly Grace Ministries) ଏବଂ Peoples Organisation For Empowerment Of Tribals (POET)। FCRA ଲାଇସେନ୍ସ ବାତିଲ ହେବା ପରେ ବର୍ତ୍ତମାନ ଏହି ଏନଜିଓଗୁଡିକ ଆଉ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, POET ଏବଂ Heavenly Grace Ministries ବିଦେଶୀ ଯୋଗଦାନ ନିୟମାବଳୀ ଅଧିନିୟମ(FCRA) ୨୦୧୦ ଅର୍ନ୍ତଗତ କିଛି ପ୍ରାବଧାନ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ଲାଇସେନ୍ସ ବାତିଲ କରାଯାଇଛି।

ଯାହା ସୂଚନା ରହିଛି, Heavenly Grace Ministries ୨୦୦୧ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥା ମୁଖ୍ୟତଃ ରୋଜଗାର, ଆବାସ, ଶିକ୍ଷା, ଶିଶୁ ଏବଂ ଯୁବ ବିକାଶ ଇତ୍ୟାଦି କ୍ଷେତ୍ରରେ କାମ କରୁଛି। ଅନ୍ୟପଟେ POET ଶିଶୁ ଯତ୍ନ(Child Care), ଶିକ୍ଷା, ସାକ୍ଷରତା, ସ୍ବାସ୍ଥ୍ୟ, ବ୍ୟବସାୟିକ ପ୍ରଶିକ୍ଷଣ, ଗ୍ରାମୀଣ ବିକାଶ ଏବଂ ଦାରିଦ୍ରୀ ଦୂରୀକରଣ ଦିଗରେ କାର୍ଯ୍ୟ କରୁଛି।

ଦୁଇ ଦିନ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସିଏଚଆରଆଇ (Commonwealth Human Rights Initiative) ଏବଂ AAWW(Apne Aap Women Worldwide) ନାମକ ଦୁଇଟି ଏନଜିଓର FCRA ଲାଇସେନ୍ସ ବାତିଲ କରିଥିଲା। ୨୦୧୭ରୁ ୨୦୨୧ ମଧ୍ୟରେ ମନ୍ତ୍ରଣାଳୟ ପ୍ରାୟ ୧୯୦୦ ଏନଜିଓର ଏହି ଲାଇସେନ୍ସ ବାତିଲ କରିଛି। କହିରଖୁଛୁ କି, କୌଣସି ସଂଗଠନ ଓ ସଂସ୍ଥାଙ୍କ ପାଇଁ ବିଦେଶୀ ସହାୟତା ହାସଲ ନିମନ୍ତେ FCRA ପଞ୍ଜିକରଣ ଅନିବାର୍ଯ୍ୟ ହୋଇଥାଏ।