ପୁଲୱାମାରେ ଏନକାଉଣ୍ଟର୍: ୨ ଆତଙ୍କୀ ସଫା

ଶ୍ରୀନଗର,ଏଜେନ୍ସି: ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି। ପୁଲାୱାମାର ମିତ୍ରିଗାମ ଅଞ୍ଚଳରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ। ନିହତ ଦୁଇ ଆତଙ୍କୀ ବଡ ବଡ ଆକ୍ରମଣରେ ସାମିଲ ଥିବା ସୂଚନା ଦେଇଛି କଶ୍ମୀର ଜୋନ ପୁଲିସ।

ନିହତ ଦୁଇ ଆତଙ୍କୀ ହେଲେ ଏଜାଜ ହାଫିଜ ଓ ଶାହିଦ ଆୟୁବ। ଉଭୟ ଅଲ-ବଦରର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି। ପୁଲୱାମାରେ ମାର୍ଚ୍ଚ ଓ ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କ ଉପରକୁ ହୋଇଥିବା ସିରିଜ ଆକ୍ରମଣରେ ଉଭୟ ସଂମ୍ପୃକ୍ତ ଥିବା କହିଛନ୍ତି କଶ୍ମୀର ଆଇଜିପି ବିଜୟ କୁମାର। ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀ ଖବର ପାଇଥିଲା। ଏହାପରେ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା। ଉଭୟ ପଟୁ ଜୋରଦାର ଗୁଳି ବିନିମୟ ହୋଇଥିଲା। ସେମାନଙ୍କଠୁ ୨ଟି ଏକେ-୪୭ ଜବତ ହୋଇଛି।