ନୂଆଦିଲ୍ଲୀ,ଏଜେନ୍ସି: ଆଜି ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହ ୩.୦ରେ ଯୋଗଦେବେ। ସେଠାରେ ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିବେ।
ଏହି ପ୍ରକଳ୍ପଗୁଡ଼ିକରେ କୃଷି, ଆଇଟି ଏବଂ ଇଲୋକଟ୍ରୋନିକ୍ସ, ଏମ୍ଏସ୍ଏମ୍ଇ, ଉତ୍ପାଦନ, ନବୀକରଣ ଯୋଗ୍ୟ ଶକ୍ତି, ଫାର୍ମା, ପର୍ଯ୍ୟଟନ, ପ୍ରତିରକ୍ଷା ଏବଂ ଏରୋସ୍ପେସ୍, ହ୍ୟାଣ୍ଡଲୁମ୍ ଏବଂ ଟେକ୍ସଟାଇଲ୍ ଇତ୍ୟାଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ଏହି ସମାରୋହରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।
ଏହାପରେ ମଧ୍ୟାହ୍ନ ୧ଟା ୪୫ରେ କାନପୁର ପାରଳା ଖେମୁଣ୍ଡି ଗାଁରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପଥରୀ ମାତା ମନ୍ଦିର ପରିଦର୍ଶନ କରିବେ। ଦିନ ୨ଟା ସମୟରେ ଡ.ବି.ଆର ଆମ୍ବେଦକର ଭବନ ପରିଦର୍ଶନ କରିବେ ଏବଂ ୨ଟା ୧୫ରେ ମିଲାନ କେନ୍ଦ୍ର ପରିଦର୍ଶନ କରିବେ। ମିଲାନ କେନ୍ଦ୍ର ହେଉଛି ରାଷ୍ଟ୍ରପତିଙ୍କ ଘର, ଯାହା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯାଇଛି ଏବଂ ଏହା ପରେ ଏହାକୁ ଏକ କମ୍ୟୁନିଟି ସେଣ୍ଟରରେ ପରିଣତ ହୋଇଥିଲା। ଏହାପରେ ୨ଟା ୩୦ରେ ପାରଳାଖେମୁଣ୍ଡି ଗ୍ରାମରେ ଏକ ଜନସମାବେଶରେ ଯୋଗଦେବେ।
ୟୁପି ନିବେଶକ ପ୍ରଥମ ସମ୍ମିଳନୀ ୨୦୧୮ ଫେବୃଆରୀ ୨୧ ରୁ ୨୨ ତାରିଖ ହୋଇଥିଲା। ଏଥିରେ ୬୧ ହଜାର ୫ଶହ କୋଟିରୁ ଅଧିକ ମୂଲ୍ୟର ୮୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଜୁଲାଇ ୨୮, ୨୦୧୯ରେ ଦ୍ବିତୀୟ ବ୍ରେକିଂ ସମାରୋହ ହୋଇଥିଲା ଯେଉଁଥିରେ ୬୭ ହଜାର କୋଟିରୁ ଅଧିକ ମୂଲ୍ୟର ୨୯୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।