ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ଇସ୍ରାଏଲ ରଣନୈତିକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ଆସିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ସମାରିକ ସହଯୋଗ ନେଇ ଉଭୟ ନେତା ଆଲୋଚନା ମଧ୍ୟ କରିଛନ୍ତି।

ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ଭାରତ-ଇସ୍ରାଏଲ ପରସ୍ପର ସହଯୋଗୀ ଭାବେ ଭଲ ବନ୍ଧୁତା ବଜାୟ ରଖିଆସିଛନ୍ତି। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ୩ ଦଶନ୍ଧି ପୂରଣ ହୋଇଛି। ସେହି ଅବସରରେ ଭାରତ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ।