‘ଓପିଇସି’ର ନିଷ୍ପତ୍ତି ନେଲେ ଆଗାମୀ ଦିନରେ ପେଟ୍ରୋଲ-ଡିଜେଲ ହୋଇପାରେ ଆହୁରି ଶସ୍ତା

ନୂଆଦିଲ୍ଲୀ,ଏଜେନ୍ସି: ପେଟ୍ରୋଲ-ଡିଜେଲ ଦର ୧ ଟଙ୍କା ହ୍ରାସ ପାଇଗଲେ, ସାଧାରଣ ଜନତା ବହୁତ ଖୁସି ହୁଅନ୍ତି। କାରଣ ସାଧାରଣଜନତା ଜିନିଷ-ପତ୍ରର ଦାମ ହ୍ରାସ ପାଇଲେ ଖୁସି ହୁଅନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପେଟ୍ରୋଲ ଓ ଡିଜେଲର ଦର ଆହୁରି ଶସ୍ତା ହୋଇପାରେ। ତେଲ ରପ୍ତାନୀକାରୀ ଦେଶ ସଂଗଠନ (ଓପିଇସି) ଏବଂ ରୁଷିଆ ସମେତ ଅନ୍ୟ ସହଯୋଗୀ ଦଳ ଜୁଲାଇ-ଅଗଷ୍ଟରୁ ଅଶୋଧିତ ତେଲର ଉତ୍ପାଦନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

ରୁଷିଆ ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ର ମଧ୍ୟରେ ଅଶୋଧିତ ତେଲର ଉତ୍ପାଦନ ବଢ଼ାଇ ପ୍ରତିଦିନ ୬.୪୮ ଲକ୍ଷ ବ୍ୟାରେଲ କରିବାକୁ ସହମତି ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ବିଶ୍ୱବ୍ୟାପୀ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବା ଆଶା କରାଯାଉଛି।

କରୋନା କାଳରେ ଲକଡାଉନ କାରଣରୁ ତୈଲ ଉତ୍ପାଦନ ଓ ରପ୍ତାନୀ ବହୁତ କମ ହୋଇଛି। ତେଲ ଉତ୍ପାଦକ ରାଷ୍ଟ୍ର ଗୁଡ଼ିକ ତେଲ କମ ପରିମାଣରେ ଉତ୍ପାଦନ କରିଛନ୍ତି। ଏବେ ପ୍ରତିଦିନ ୪.୩୨ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ ହେଉଛି। ଯଦି ଆଗାମୀ ଦିନରେ ଉତ୍ପାଦନ ବଢ଼େ, ତାହେଲେ ଦର ହ୍ରାସ ପାଇପାରେ। ଏଥିରୁ ସାଧାରଣ ଜନତା ଉପକୃତ ହେବ। କାରଣ ଅନ୍ୟ ଜିନିଷ ଉପରେ ମଧ୍ୟ ଦର ହ୍ରାସ ପାଇଯିବ।