ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସରକାର ମିଶନକୁ ଐତିହାସିକ ରୂପ ବୋଲି କହିଛନ୍ତି। ଏହି ମିଶନ ବଳରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ତାଙ୍କର ସ୍ୱାସ୍ଥ୍ୟ ପ୍ରମାଣପତ୍ର ରହିବ।
ସୂଚନାଯୋଗ୍ୟ ଯେ, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରକଳ୍ପର ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଅଗଷ୍ଟ ୧୫ରେ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ସେ ଏହାକୁ ଲାଲକିଲ୍ଲାରେ ପତାକା ଉତ୍ତୋଳନ ସମୟରେ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୬ଟି କେନ୍ଦ୍ର ଶାସିତ ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରାଯାଉଛି।