ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂତନ କୃଷି ନିୟମ ବିରୋଧରେ କୃଷକ ସଂଗଠନ ଦ୍ୱାରା ଦେଶବ୍ୟାପୀ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆଜି ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି)ର ବସ୍ ସେବା ଆଜି ସକାଳ ୬ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ। ଆଜି ସକାଳ ୬ ଟାରୁ ୪ଟା ପର୍ଯ୍ୟନ୍ତ ୪୦ରୁ ଅଧିକ କୃଷି ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ସମେତ ଅନେକ ଅଣ ଏନଡିଏ ଦଳ ସହିତ ବାଣିଜ୍ୟ ଏବଂ ବ୍ୟାଙ୍କ ୟୁନିଅନ ସମର୍ଥନ କରିଛନ୍ତି।
ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଏସଆରଟିସି କତୃପକ୍ଷ ଏକ ଟ୍ୱିଟ୍ କରି ଆଜି ସକାଳ ୬ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ସ୍ଥଗିତ ରଖିଥିବା ସୂଚନା ଦେଇଛନ୍ତି।
ଏହି ତିନିଟି କୃଷି ଆଇନକୁ ବିରୋଧ କରୁଥିବା ୩୦ରୁ ଅଧିକ କୃଷକ ସଂଗଠନର ଏକ ସାମୂହିକ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦ ଡାକରାରେ ୫୦୦ରୁ ଅଧିକ କୃଷକ ସଂଗଠନ, ୧୫ଟି ଟ୍ରେଡ ୟୁନିଅନ, ରାଜନୈତିକ ଦଳ, ୬ଟି ରାଜ୍ୟ ସରକାର ଏବଂ ଅନ୍ୟମାନଙ୍କ ଦ୍ୱାରା ସମର୍ଥନ ହାସଲ କରିଛି ବୋଲି କୃଷି ନେତାମାନେ ଦାବି କରିଛନ୍ତି। “ପୁଲିସର ଅତ୍ୟାଚାର ସହ ଦୁଇଟି ମୃତ୍ୟୁ ସମେତ ୬୦୫ ରୁ ଅଧିକ କୃଷକ ସହିଦ ହୋଇଛନ୍ତି। ମୋଦୀ ସରକାର ଚାଷୀଙ୍କ ବିରୋଧରେ ଅତ୍ୟନ୍ତ ଅଗଣତାନ୍ତ୍ରିକ ତଥା ଅମାନୁଷିକ ଆଚରଣ କରୁଛନ୍ତି ଏବଂ ଏହାର ପରିଣାମ ବିଜେପି ନିଶ୍ଚିତ ଭାବେ ବହନ କରିବ ବୋଲି ସଂଯୁକ୍ତ କିସାନ ମୋର୍ଚ୍ଚା ରବିବାର ଏକ ବିବୃତ୍ତିରେ କହିଛନ୍ତି।