ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥା ହେବ। ଅପରାହ୍ନ ୧୨ଟାରେ ଏହା ବର୍ତ୍ତାଳାପ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଭାସି ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ପିଏମ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ପ୍ରେସ ରିଲିଜ ଅନୁସାରେ ବର୍ଷ ୨୦୨୧ ଓ ୨୦୨୨ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କୁ ବ୍ଲକଚେନ ଟେକ୍ନୋଲୋଜି ମାଧ୍ୟମରେ ଇ- ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ଟେକ୍ନୋଲୋଜି ପ୍ରଥମ ଥର ପାଇଁ ବ୍ୟବହୃତ ହେଉଛି। ଏହା ସହ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ। ବିଭିନ୍ନ କ୍ଷେତ୍ରରେ କିଛି ସ୍ବତନ୍ତ୍ର କରିଥିବା ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ସଫଳତାକୁ ସମ୍ମାନ ଦେବା ପାଇଁ ଏହି ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନର ଲକ୍ଷ୍ । ୫ ବର୍ଷରୁ ୧୮ ବର୍ଷର ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ବିଶେଷ କରି କିଛି ନୂଆ କରିବା, ସାମାଜିକ ସେବା, କ୍ରୀଡା, କଳା ସଂସ୍କୃତି ଏବଂ ସାହସିକତା ଭଳି ୬ଟି ବର୍ଗରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସଫଳତା ଆଧାରରେ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଦେଶର କୋଣ ଅନୁକୋଣରୁ ବାଲ ଶକ୍ତି ପୁରସ୍କାର ପାଇଁ ବିଭିନ୍ନ ବର୍ଗର ୨୯ ଜଣ ପିଲାଙ୍କୁ ଚୟନ କରାଯାଇଛି। ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ବାରା ଦିଆଯାଇଥାଏ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ପୁରସ୍କାର ବିଜେତାଙ୍କ ସହ କଥା ହୁଅନ୍ତି। ପିଲାମାନେ ସେମାନଙ୍କ ପିତାମାତାଙ୍କ ସହ ଜିଲ୍ଲାପାଳ ପ୍ରଶାସନଙ୍କ ସମେତ ନିଜ ନିଜ ଜିଲ୍ଲାରୁ ଆଭାସି ମାଧ୍ୟମରେ ଉପସ୍ଥିତ ରହିବେ।