ପୁରୀରେ ୫ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଫେରାର

ପୁରୀ,ଏନ୍ଏସ୍ଏସ୍: ଏକ ଲଜ୍ଜାଜନକ ଘଟଣା କ୍ରମରେ ଗତକାଲି ପୁରୀ ସହରରେ ଜଣେ ୫ ବର୍ଷର ବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଏହି ନାରକୀୟ କାଣ୍ଡ ଘଟାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ପୁରୀର ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚାରିଟି ଦଳ ଗଠନ କରାଯାଇ ବିଭୀନ୍ନ ସ୍ଥାନରେ ଚଢାଉ କରାଯାଉଥିବା ପୋଲିସ ସୂଚନା ଦେଇଛି।