ନିର୍ଗୁଣ୍ଡି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର

ବାରିକପୁର,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ପ୍ରାର୍ଥୀ ମୈଦାନରେ ଛିଡା ହୋଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି କିଛି ନୂଆ ପ୍ରାର୍ଥୀ। ଯୁବ ଗୋଷ୍ଠୀ ମାନେ ଚଳିତ ବର୍ଷ ନିର୍ବାଚନ ମୈଦାନରେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିଭଳି ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତରେ ଚଳିତ ବର୍ଷ ସରପଞ୍ଚ ପଦବୀ ପାଇଁ ନିର୍ବାଚନୀ ମୈଦାନରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ହେଉଛନ୍ତି ନିର୍ଗୁଣ୍ଡି ଗ୍ରାମର ସତ୍ୟବ୍ରତ ପାଲ। ପେଶାରେ ଜଣେ ସଫ୍ଟୱେୟର ଇଂଜିନିୟର।

ସେ ବିଟେକ ପାସ ପରେ ଭୁବନେଶ୍ବରରେ ଏକ ଆଇଟି କାମ୍ପାନୀରେ ଚାକିରି କରୁଥିଲେ। ୨୦୨୦ରେ କରୋନା ମାହାମାରି ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ପରେ ଗ୍ରାମାଞ୍ଚଳରେ ଯୁବ ଗୋଷ୍ଠୀ କିଭଳି ସୁଦୃଢ ହୋଇପାରିବ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଇଥିଲେ। ଯୁବଗୋଷ୍ଠୀଙ୍କ ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରୁଛନ୍ତି। ପିତା ସୁରେନ୍ଦ୍ର ପାଲ ହେଉଛନ୍ତି ଏହି ପଞ୍ଚାୟତରେ ପ୍ରାକ୍ତନ ସରପଞ୍ଚ। ସତ୍ୟବ୍ରତ ରାଜନୀତିରେ ପସିବାକୁ ଚାହୁନଥିବା ସମସୟରେ ନିଜ ଅଞ୍ଚଳରେ ଲୋକମାନେ ନାନାଦି ସମସ୍ୟା ଭିତରେ ଥିବା ବେଳେ ପିତାଙ୍କ ଅଧୁରା କାର୍ଯ୍ୟ ଓ ପିତାଙ୍କ ସ୍ୱପ୍ନ ପୁରା କରିବାକୁ ମନସ୍ଥ କରି ଚଳିତ ବର୍ଷ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନକୁ ଉଲ୍ଲାଇଛନ୍ତି। ତେବେ ସେ ନିର୍ଗୁଣ୍ଡି ପଞ୍ଚାୟତର ଥିବା ସମସ୍ୟା ଗୁଡିକ ପୁରଣ କରିବା ସହ ପଞ୍ଚାୟତର ଉନ୍ନତି କରିବା ଲକ୍ଷ ରଖିଛନ୍ତି।

ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନ ଓ ପଞ୍ଚାୟତବାସୀଙ୍କ ଆର୍ଶୀବାଦ ପରେ ବିଜେଡି ଦଳର ସମର୍ଥିତ ପ୍ରାର୍ଥୀ ଭାବେ ସତ୍ୟବ୍ରତ ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି ପଞ୍ଚାୟତରେ ସମସ୍ତ ପଞ୍ଚାୟତ ବାସୀ ଜଣେ ପାଠୁଆ ସରପଞ୍ଚ ପ୍ରାର୍ଥୀ ପାଇ ବେଶ ଖୁସି ଅଛନ୍ତି। ତେବେ ଚଳିତ ବର୍ଷ ନିର୍ଗୁଣ୍ଡି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୫ ଜଣ ଓ ସମିତି ସଭ୍ୟ ଭାବେ ୪ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।