ଆଜି ବାରଣାସୀରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବାରଣାସୀ ଓ ଇଟାନଗର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି କାଶୀ ତାମିଲ ସମାଗମର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆଜି ଅପରାହ୍ନ ୨ଟା ସମୟରେ ମୋଦି ବାରଣାସୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମୋଦୀ ବାରଣାସୀରେ ଏକମାସ ବ୍ୟାପୀ କାର୍ଯ୍ୟକ୍ରମ ତାମିଲ ସମାଗମକୁ ଉଦଘାଟନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାମେଶ୍ବରରୁ ଆସିବାକୁ ଥିବା ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ରାଜ ରାଜେଶ୍ବର ଜମିକୁ ସଜାଯାଇଛି । ତାମିଲ ସମାଗମକୁ ନେଇ କାଶୀରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । କାଶୀ ବିଶ୍ବନାଥ ମନ୍ଦିର ସହ ବାରଣାସୀ ଘାଟରେ ବ୍ୟାପକ ସାଜସଜ୍ଜା କରାଯାଇଛି । କାଶୀ ଏବଂ ତାମିଲନାଡୁ ଭଳି ଦୁଇ ପ୍ରାଚୀନ ଜ୍ଞାନକେନ୍ଦ୍ର ମଧ୍ୟରେ ସମ୍ପର୍କକୁ ଉଜ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏକମାସ ବ୍ୟାପୀ କାର୍ଯ୍ୟକ୍ରମ ତାମିଲ ସମାଗମକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ତିରୁକୁରାଲ ଏବଂ କାଶୀ-ତାମିଲ ସଂସ୍କୃତି ଉପରେ ପୁସ୍ତକ ଉନ୍ମୋଚନ କରିବେ । ତେବେ ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାଶୀ ତାମିଲ ସମାଗମରେ ସମୁଦାୟ ୭୫ଟି ଷ୍ଟଲ ସ୍ଥାପନ କରାଯାଇଛି। କୃଷି, ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ଖାଦ୍ୟ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ଲୋକକଳା ମାଧ୍ୟମରେ ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତ ମଧ୍ୟରେ ଦୁଇ ପ୍ରାଚୀନ ଜ୍ଞାନକେନ୍ଦ୍ର ମଧ୍ୟରେ ସମ୍ପର୍କକୁ ଉଜ୍ଜୀବିତ କରିବ । ଏନ୍‌ଇପି ୨୦୨୦ର ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ଭାରତୀୟ ଜ୍ଞାନ ପ୍ରଣାଳୀରକୁ ଏକତ୍ର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ୧୨ଟି ବିଭାଗର ୨୫୦୦ରୁ ଅଧିକ ପ୍ରତିନିଧୀ ଯୋଗଦେବେ । ଏହି ୧୨ଟି ବିଭାଗ ହେଲା ଛାତ୍ର, ଶିକ୍ଷକ, ସାହିତ୍ୟ, ସଂସ୍କୃତି, କାରିଗର, ଆଧ୍ୟାତ୍ମିକ, ଐତିହ୍ୟ, ବ୍ୟବସାୟ, ଉଦ୍ୟୋଗୀ, ବୃତ୍ତିଗତ ସହ ଅନ୍ୟ ପ୍ରତିନିଧୀମାନେ ଯୋଗ ଦେବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୋଦୀ ତାମିଲନାଡୁରୁ ଆସିଥିବା ଅତିଥିଙ୍କ ସହ ଯୋଗାଯୋଗ କରିବେ। ଏହି କାର୍ଯ୍ୟକ୍ରମରେ ଜନସମାଗ ଦେଖି ବାରଣାସୀ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଭାଗନେବାକୁ ଥିବା ଅତିଥିମାନଙ୍କ ପାଇଁ ୦୫୪୨-୨୫୦୮୫୫୦ ଏବଂ ୯୧୪୦୦୩୭୧୩୭ ଦୁଇଟି ନମ୍ବର ଜାରି କରାଯାଇଛି।