ପଦ୍ମପୁର ନିର୍ବାଚନ: ସୂରଜ ସୂର୍ଯ୍ୟବଂଶୀ ବିଜେପିର ଷ୍ଟାର ପ୍ରଚାରକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଯୁବ ତଥା ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ଡି.ପୁରନ୍ଦେଶ୍ୱରୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି ।