ଗଜପତିରେ ଡି ପୁରନ୍ଦେଶ୍ବରୀ, ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ ଜିଲ୍ଲାରାଜ୍ୟ By Nitidin On Feb 10, 2022 Share ଗଜପତି,ଏନ୍ଏନ୍ଏସ୍: ବିଜେପିର ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଗଜପତି ଜିଲ୍ଲାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ସହ ମିଶି କାଶୀନଗର ବ୍ଲକର ବିଭିନ୍ନ ସ୍ଥାନ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ନିର୍ବାଚନୀ ସଭାରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ରୀୟ ଯୋଜନାକୁ ଅପହରଣ କରି ରାଜ୍ୟ ସରକାର ନିଜ ନାଁରେ ଯୋଜନା କରୁଛନ୍ତି। ତେବେ ଏସବୁକୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରିବା ଫଳରେ ଏବେବି ରାଜ୍ୟର ବିକାଶ ସମ୍ଭବ ହୋଇ ପାରିନାହିଁ। ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୨ ବର୍ଷ ଶାସନ କାଳରେ ସବୁଠାରୁ ବେଶୀ ଅସୁରକ୍ଷିତ ହେଉଛନ୍ତି ମହିଳା ଓ ଶିଶୁ। ଅନ୍ୟପଟେ ଗାଁକୁ କାମ ଏବଂ ମାଁ କୁ ସମ୍ମାନ ଏଠାରେ ଉପହାସ ସଦୃଶ ହୋଇଛି। ଆଗରରୁ ରାଜ୍ୟରେ ଅନେକ ଉଦାହରଣ ରହିଥିବା ବେଳେ ଗତ କିଛି ମାସ ତଳେ ମମିତା ମେହେର ହତ୍ୟା ଘଟଣା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଥିଲା। ସେହିପରି ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣା ମଧ୍ୟ ଶିଶୁ କେତେ ଅସୁରକ୍ଷିତ ତାହାକୁ ସ୍ପଷ୍ଟ କରଛି। ଏଣୁ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ପୁରେନ୍ଦେଶ୍ବରୀ କହିଛନ୍ତି। ରାଜ୍ୟ ସରକାରଙ୍କ ମନମାନି ପ୍ରତିବାଦରେ ବିଜେପିକୁ ଭୋଟ ଦେବା ପାଇଁ ଡି ପୁରନ୍ଦେଶ୍ବରୀ ନିବେଦନ କରିଛନ୍ତି। ଏହି ପ୍ରଚାର କାର୍ଯ୍ୟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ଜିଲ୍ଲା ପ୍ରଭାରୀ ସରୋଜ ସାବତ ମଧ୍ୟ ଉପସ୍ଥିତ ଥିଲେ। Share